🌍 ମୁଖ୍ୟ ସମ୍ପାଦକ (SRINIBASH ROUT/9439883165)
କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡ଼ିଏ) ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଗତକାଲି ଅର୍ଥାତ୍ ମଙ୍ଗଳବାର ସିଡ଼ିଏ ସେକ୍ଟର ୧୩ ଓ ୧୫ରୁ ଜବର ଦଖଲ ଉଚ୍ଛେଦ କରାଯାଇଛି ।ବିଶେଷ କରି ଖାଲି ସରକାରୀ ସ୍ଥାନରେ ଗଢ଼ିଉଠିଥିବା ଅସ୍ଥାୟୀ ଘର ଓ ପଥର ପାଚେରୀ ନିର୍ମାଣକୁ ଭାଙ୍ଗି ଦିଆଯାଇଛି ।ସେହିପରି ଗତକାଲି ସେକ୍ଟର ୧୦ ର ମଣ୍ଟେଶ୍ୱରୀ ସ୍କୁଲଗଡାରୁ ଜଷ୍ଟିସ ଛକ ପର୍ଯ୍ୟନ୍ତ ଥିବା ବେଆଇନ୍ ଦଖଲକୁ ଉଚ୍ଛେଦ କରାଯାଇଥିଲା ।ଦାୟିତ୍ୱରେ ଥିବା ସିଡ଼ିଏ ଅଧିକାରୀ ପରେଶ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା ।ସିଟି ଏନଫୋର୍ସମେଣ୍ଟ ଇନଚାର୍ଜ ରଂଜିତ କୁମାର ସାହୁ, ଶ୍ରମିକ ବିଭୁତି ରାୟ, ସୁବ୍ରତ କୁମାର ବେହେରା, ସିଏମସି ଏନଫୋର୍ସମେଣ୍ଟ ଅଧିକାରୀ ପଂଚାନନ ପାଲ, ଏକ ପ୍ଲାଟୁନ୍ ପୋଲିସ ଫୋର୍ସ, କଟକ ଜିଲ୍ଲା ଏନଫୋର୍ସମେଣ୍ଟ ଫୋର୍ସ (ସିଡିଇଏଫ), ଫେଜ୍-୨ ଥାନା ଅଧିକାରୀ ପ୍ରମୁଖ ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।