ବିଜ୍ଞାପନ ପାଇଁ ଯୋଗାଯୋଗ

ଜନ୍ମଦିନ, ବିବାହ କିମ୍ବା ବିବାହ ବାର୍ଷିକ, ବେପାର ଓ ଅନ୍ୟାନ୍ୟ ଉତ୍ସବ ନିମନ୍ତେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ (RS.1000/- Weekly) ଯୋଗାଯୋଗ: 9439883165 - ONLY WHATSAPP

୨ ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ୍; ୧୫ ତାରିଖରେ ବଡ଼ ଏକାଦଶୀ ପଡୁଥିବାରୁ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ ସେହିପରି ୧୯ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମଧ୍ୟ ସାଧାରଣ ଦର୍ଶନ ବନ୍ଦ୍ ରହିବ।


🌍NEWS IN ODISHA (9439883165)

ଆସନ୍ତାକାଲି ସୋମବାର ୧୫ ତାରିଖ ଓ ୧୯ ତାରିଖ ଶୁକ୍ରବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ସୋମବାର ପଞ୍ଚୁକର ପ୍ରଥମ ଦିନ ଆରମ୍ଭ ହେଉଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଭିଡ଼ ଆଶଙ୍କାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଛି। ଆସନ୍ତାକାଲି ସୋମବାର ୧୫ ତାରିଖ ବଡ଼ ଏକାଦଶୀ ଓ ପହିଲି ପଞ୍ଚୁକରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ହେଲେ ଭକ୍ତଙ୍କ ପାଇଁ କଟକଣା ଥିବାରୁ ଦର୍ଶନରୁ ବଞ୍ଚିତ ହେବେ। ମାତ୍ର ଦ୍ୱାଦଶୀରେ ବାଙ୍କଚୁଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଭକ୍ତମାନେ ଦର୍ଶନ କରିପାରିବେ। ସେହିପରି ଶୁକ୍ରବାର ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ୍ ରହିବ ।



ଚଳିତବର୍ଷ ମହାପ୍ରଭୁଙ୍କ ନାର୍ଗାଜୁନ ବେଶ ପଡୁଥିବା ବିଭିନ୍ନ କ୍ୟାଲେଣ୍ଡର ରେ ସୂଚନା ଦିଆଯାଇଛି, ଯାହାକୁ ନେଇ ଭକ୍ତମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ମାତ୍ର ଚଳିତ ବର୍ଷ ନାଗାର୍ଜୁନ ବେଶ ପଡ଼ୁ ନ ଥିବା ଗବେଷକମାନେ ମତ ଦେଇଛନ୍ତି। ପୂର୍ବରୁ ମଧ୍ୟ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। 


ପରମ୍ପରା ଅନୁଯାୟୀ ପଞ୍ଚକ ପାଞ୍ଚ ଦିନରେ ମହାପ୍ରଭୁଙ୍କର ବେଶ ଅନୁଷ୍ଠିତ ହେବ। ଏ ନେଇ ଗତକାଲି ଅର୍ଥାତ୍ ଶନିବାର ୧୩ ତାରିଖ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସମସ୍ତ ସୂଚନା ଦେଇଛନ୍ତି।