🌍NEWS IN ODISHA (9439883165)
କଂଗ୍ରେସ ଦଳ ଧୀରେ ଧୀରେ ଖାଲି ହେବାରେ ଲାଗିଛି ।ପ୍ରଥମେ ଦଳର ଆଗଧାଡିର ନେତା ପ୍ରଦୀପ ମାଝୀ ଦଳ ଛାଡି ବିଜେଡ଼ିରେ ଯୋଗଦାନ କରିବା ପରେ ଆଜି ଅର୍ଥାତ୍ ସୋମବାର ୦୬ ତାରିଖ ପୁଣି ଦଳ ଛାଡିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ ମାଝି ।ପୂରା ପରିବାର ୬୦ ବର୍ଷରୁ ଅଧିକ ସମୟ କଂଗ୍ରେସକୁ ଦେଇଥିଲେ ।କିନ୍ତୁ ଦଳ ତାଙ୍କୁ ଅଣଦେଖା କରିଆସିଛି। ଏହାସହ କଂଗ୍ରେସ ଏକ ମୁଣ୍ଡ ବିହୀନ ଦଳ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ତଳସରାର ଆସନରୁ ଡ. ମାଝୀ ତାଙ୍କ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିଲେ। ୨୦୦୬ ମସିହା ମେ ୨୦ ତାରିଖରେ ଗଜାଧର ମାଝୀଙ୍କ ଦେହାନ୍ତ ପରେ ହୋଇଥିବା ଉପ- ନିର୍ବାଚନରେ ଡ. ମାଝୀ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଡ. ମାଝୀ ଆସନ୍ତା ୧୦ ତାରିଖରେ ବିଜେଡିରେ ଯୋଗଦେବେ ବୋଲି ଆଲୋଚନା ଜୋର୍ ଧରିଛି।
ଇସ୍ତଫା ଦେବା ପୂର୍ବରୁ ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସୂଚନା ଦେଇଛନ୍ତି।