ବିଜ୍ଞାପନ ପାଇଁ ଯୋଗାଯୋଗ

ଜନ୍ମଦିନ, ବିବାହ କିମ୍ବା ବିବାହ ବାର୍ଷିକ, ବେପାର ଓ ଅନ୍ୟାନ୍ୟ ଉତ୍ସବ ନିମନ୍ତେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ (RS.1000/- Weekly) ଯୋଗାଯୋଗ: 9439883165 - ONLY WHATSAPP

ଆଇନଜୀବିଙ୍କ ଉପରେ ଏସିଡ଼୍ ମାଡ଼, ବରିଷ୍ଠ ଆଇନଜୀବିଙ୍କ ଘରେ ପଶି ଏସିଡ଼୍ ମାଡ଼ କଲେ ମୁଖାପିନ୍ଧା ଦୁର୍ବୃତ୍ତ (ଗଜପତି) !

🌍 ମୁଖ୍ୟ ସମ୍ପାଦକ (SRINIBASH/+919439883165)

ଆଇନଜୀବିଙ୍କ ଉପରେ ଏସିଡ଼୍ ମାଡ଼ ।ଘରେ ବସିଥିବା ବେଳେ ଘରେ ପଶି ଏସିଡ଼୍ ମାଡ଼ କରିଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ ।ପାରଳାଖେମୁଣ୍ଡିର ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କ ଉପରେ ହୋଇଛି ଏସିଡ଼୍ ମାଡ଼ ।ଏସିଡ଼୍ ମାଡ଼ର ଶିକାର ହେଲା ପରେ ରାମାରାଓଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଅଭିଯୋଗ ପରେ ପାରଳାଖେମୁଣ୍ଡି ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଛି ।ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।