ବିଜ୍ଞାପନ ପାଇଁ ଯୋଗାଯୋଗ

ଜନ୍ମଦିନ, ବିବାହ କିମ୍ବା ବିବାହ ବାର୍ଷିକ, ବେପାର ଓ ଅନ୍ୟାନ୍ୟ ଉତ୍ସବ ନିମନ୍ତେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ (RS.1000/- Weekly) ଯୋଗାଯୋଗ: 9439883165 - ONLY WHATSAPP

ଗାଁରେ ପଡ଼ୁନି ପ୍ରଶାସନିକ ଅଧିକାରୀଙ୍କ ପାଦ (କୋରାପୁଟ) !

🌍 ମୁଖ୍ୟ ସମ୍ପାଦକ (SRINIBASH ROUT/9439883165)
ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ପ୍ରଶାସନିକ ଅଧିକାରୀମାନଙ୍କ ପାଦ ପଡ଼ୁନି। ଫଳରେ ବ୍ଲକର ବିଭିନ୍ନ ଗ୍ରାମରେ ବହୁ ସମସ୍ୟା ଥିଲେ ମଧ୍ୟ ତାହା ସମାଧାନେ ହୋଇପାରୁନି। ସରକାରଙ୍କ ପକ୍କାଘର, ଆବାସ ଆଦି ବିଭିନ୍ନ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁନି। ଏପରି ଦେଖିବାକୁ ମିଳିଛି ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମରେ। ଗ୍ରାମରେ ୩୫ ଘର ଆଦିବାସୀ, କମାର ଓ ପାଇକ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ବ୍ଲକ୍ ଠାରୁ ଲୋରେଶ ଗ୍ରାମ ୯ କି.ମି. ଦୂରରେ ରହିଥିଲେ ମଧ୍ୟ ଅନ୍ଧରୀ ଗାଡ଼ ନଦୀ ଯୋଗୁ କୌଣସି ବିକାଶ ଗ୍ରାମରେ ପହଞ୍ଚତ୍ପାରୁନି ।ଗମନା ଗମନ, ଶିକ୍ଷା, ପାନୀୟ ଜଳ ଏବଂ ବିଦ୍ୟୁତ୍ ଆଦି ଯୋଜନାରୁ ବଞ୍ଚତ୍ତ ଗ୍ରାମବାସୀ ଅସୁସ୍ଥ ବ୍ୟକ୍ତି କିମ୍ବା ଗର୍ଭବତୀ ମହିଳାଙ୍କୁ ଡ଼ାକ୍ତରଖାନାରେ ପହଞ୍ଚାଇବାକୁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଶିକାକୁ ମାଳ କରି ଦୋଳାରେ ବୋହି ସେମାନେ ଅସୁସ୍ଥଙ୍କୁ ମରିଚଗୁଡ଼ା ଯାଏ ନେଇ ସେଠାରୁ ଡ଼ାକ୍ତରଖାନା ନେଇଥାନ୍ତି ବୋଲି କହିଛନ୍ତି। ସମସ୍ୟା ଘେରରେ ରହିଥିବା ଲୋରେଶ ଗ୍ରାମରେ ବହୁ ସମସ୍ୟା ରହିଥିଲେ ମଧ୍ୟ ଏଯାଏ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନି। ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତା ମିଛ ପ୍ରତିଶ୍ରୁତି ଦେଇ ବିଜୟୀ ହେବା ପରେ ଗ୍ରାମକୁ ଭୁଲି ଯାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମକୁ ପକ୍କା ରାସ୍ତା, ପାନୀୟ ଜଳ ବ୍ୟବସ୍ଥା ସହ ଗ୍ରାମର ସମସ୍ୟା ଦୂର ନ କଲେ ଏହାର ଜବାବ ଆମେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରି ଏହାର ଜବାବ ଦେବୁ ବୋଲି କହିଛନ୍ତି ଗ୍ରାମର ସନାରୀ ଜାନି, ଦୁଲା କୁଲିସିକା, ଧୋବା ସାଉଁନ୍ତା, ପ୍ରତାପ ସାଉଁନ୍ତା, ରଞ୍ଜ ମିଣିଆକା, ଉଦ୍ଧବ ସାଉଁନ୍ତା, ଚନ୍ଦ୍ର ପାଇକ, କାଳିଆ ଜାନି ଓ ଲୋଚ ସାଉଁନ୍ତା। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।