ବିଜ୍ଞାପନ ପାଇଁ ଯୋଗାଯୋଗ

ଜନ୍ମଦିନ, ବିବାହ କିମ୍ବା ବିବାହ ବାର୍ଷିକ, ବେପାର ଓ ଅନ୍ୟାନ୍ୟ ଉତ୍ସବ ନିମନ୍ତେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ (RS.1000/- Weekly) ଯୋଗାଯୋଗ: 9439883165 - ONLY WHATSAPP

ଗୁହାଳ ଘର ଭଳି ବଖରାଏ ଚାଳଘରେ ବିତୁଛି ଚାରି ପ୍ରାଣୀଙ୍କ ଜୀବନ ଆବାସ ଯୋଜନାରେ ପକ୍କା ଘରଟିଏ ଯୋଗାଇଦେବା ପାଇଁ ବାପା ଅଚ୍ୟୁତାନନ୍ଦଙ୍କ ଅନୁରୋଧ (ଜଗସିଂହପୁର) !

🌍 ମୁଖ୍ୟ ସମ୍ପାଦକ (SRINIBASH ROUT/9439883165)
ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ୍ ତରଜଙ୍ଗା ଗ୍ରାମପଞ୍ଚାୟତ ଅଧିନ ହାଜିପୁର ଗାଆଁର ଅଚ୍ୟୁତାନନ୍ଦ ବାରିକ, ବୟସ ୩୬ ବର୍ଷ, ଝଙ୍କଡ଼ ସାରଳାରୋଡ଼ ରେଳଷ୍ଟେସନ ନିକଟରେ ଛୋଟ ସେଲୁନ୍ ଟିଏ କରି ଚାରିପ୍ରାଣୀ କୁଟୁମ୍ବ ଚଳାଏ ।ସ୍ତ୍ରୀ ଅଞ୍ଜଳି, ଝିଅ ଅନିତା ଆଉ ପୁଅ ସାଇକ୍ରୀଷ୍ଣାଙ୍କୁ ନେଇ, ତାର ପରିବାର। ଖାଲି ଘରଡ଼ିହ ଖଣ୍ଡିକ ଛାଡ଼ିଦେଲେ, ଆଉ କିଛି ଚାଷଜମି ବି ନାହିଁ। ପିଲା ଦୁହିଁଙ୍କର ପାଠପଢ଼ା ଖର୍ଚ୍ଚ ପାଇଁ ଅର୍ଥର ଅଭାବ ଲାଗି ରହିଛି। ଦାଣ୍ଡ ରୁ ଆସିଲେ ହାଣ୍ଡିରେ ପଡ଼େ। ଏମିତି ଦୁଃଖ କଷ୍ଟରେ ଜୀବନ ବିତୁଚି, ଅଚ୍ୟୁତର ।ସରକାରୀ ଆବାସ ଯୋଜନାରେ ପକ୍କା ଘର ଟିଏ ପାଇବା ପାଇଁ ପଞ୍ଚାୟତ ଅଫିସ୍ ରୁ ବ୍ଲକ୍ ଅଫିସ୍ ଯାଏ ଦୌଡ଼ି ଦୌଡ଼ି ଥକି ଗଲାଣି। ଘର ମିଳିବ ବୋଲି ତିନିଥର ଲିଷ୍ଟ ରେ ନାଁ ଆସିଲାଣି। ହେଲେ ଶେଷ ମୁହୂର୍ତ୍ତରେ ନାଁ କାଟି ଦିଆଯାଉଛି। ହେଲେ ସେଇ ହାଜିପୁର ଗାଆଁର କେତେକ କୋଠାଘର ଥିବା, ବଡ଼ଲୋକିଆ ମାନଙ୍କୁ ଘର ତିଆରି ପାଇଁ କାର୍ଯ୍ୟାଦେଶ ମିଳିସାରିଲାଣି। ଇନିକ୍ୱାରୀ ଅଫିସର୍ ମାନେ, କେମିତିଆ ଇନିକ୍ୱାରୀ କରୁଛନ୍ତି, କେଜାଣି କାହିଁକି ଆଜିଯାଏଁ ତାକୁ ସରକାରୀ ଆବାସ ଯୋଜନାରେ ପକ୍କା ଘର ଟିଏ ମିଳିପାରିଲାନାହିଁ ।କୁଜି ନେତାମାନଙ୍କୁ ଯିଏ କିଛି ହାତଗୁଞ୍ଜା ଦେଲା, ସେଇ ବଡ଼ବଡ଼ିଆ ଲୋକଙ୍କୁ ଘର ମିଳିଲା, ଏକଥା କୁ ସେ ଭଲ ଭାବରେ ବୁଝିସାରିଲାଣି। ହେଲେ ସେତେକ ଦେବା ପାଇଁ ବି ତାର ସମ୍ବଳର ଅଭାବ। ତେବେ ତିର୍ତ୍ତୋଲ ବ୍ଲକ୍ ବିଡ଼ିଓ ଏବଂ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଏଥିପ୍ରତି ସଦୟଦୃଷ୍ଟିଦେଇ ଓ ତାର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି, ତାକୁ ସରକାରୀ ଆବାସ ଯୋଜନାରେ ପକ୍କା ଘର ଟିଏ ଯୋଗାଇ ଦେବାକୁ ସେ ଆକୁଳ ନିବେଦନ କରିଛନ୍ତିି ।