ବିଜ୍ଞାପନ ପାଇଁ ଯୋଗାଯୋଗ

ଜନ୍ମଦିନ, ବିବାହ କିମ୍ବା ବିବାହ ବାର୍ଷିକ, ବେପାର ଓ ଅନ୍ୟାନ୍ୟ ଉତ୍ସବ ନିମନ୍ତେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ (RS.1000/- Weekly) ଯୋଗାଯୋଗ: 9439883165 - ONLY WHATSAPP

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ, ଶିକ୍ଷକଙ୍କଠୁ ୧୦ହଜାର ଲାଞ୍ଚ ନେବାବେଳେ ପଡ଼ିଲେ ଧରା (ଢେ଼ଙ୍କାନାଳ) !

🌍 ମୁଖ୍ୟ ସମ୍ପାଦକ (SRINIBASH ROUT/9439883165)

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ ।ଜଣେ ଶିକ୍ଷକଙ୍କ ପାଖରୁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ବ୍ଲକ୍ ଶିକ୍ଷା ଅଧିକାରୀ ।ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସର ମିଳିତ ଟିମ୍ ।ଶାନ୍ତନୁଙ୍କ ଭଡ଼ା ଘରୁ ନଗଦ ୯୧ ହଜାର ଟଙ୍କା ଜବତ୍ କରିଛି ଭିଜିଲାନ୍ସ ଟିମ୍ ।ଏଥି ସହ ଭଦ୍ରକ ପୈତୃକ ଘର ଏବଂ ହିନ୍ଦୋଳ ଶିକ୍ଷା ଅଫିସରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଶିକ୍ଷା ଅଧିକାରୀ ସାନ୍ତନୁ କୁମାର ମଲ୍ଲିକ। ଶ୍ରୀ ମଲ୍ଲିକ ଜନୈକ ଶିକ୍ଷଙ୍କର ବକେୟା ଦରମା ବିଲ୍ ପାସ୍ କରାଇବା ପାଇଁ ଏହି ପରିମାଣର ଲାଞ୍ଚ ଦାବୀ କରିଥିଲେ ।ଗତ ଏହି ଲାଞ୍ଚ କାରବାର ବେଳେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ମଲ୍ଲିକଙ୍କୁ ଧରି ସାକ୍ଷୀମାନଙ୍କ ଉପସ୍ଥିତିରେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ୍ କରିଥିଲେ ।ଏହି ପରିପ୍ରେକ୍ଷିରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜଜୁ କରାଯାଇ ଶ୍ରୀ ମଲ୍ଲିକଙ୍କ ଘର, ସଂପର୍କୀୟଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି ।