🌍NEWS EDITOR (SRINIBASH ROUT)
ସତ୍ୟ ଖବର ପ୍ରସାରଣ କରି ଜେଲ ଗଲେ ୫ ସାମ୍ବାଦିକ ।ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ।ଜିଲ୍ଲାର କୋରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଖବର ପ୍ରସାରଣ କରାଯାଇଥିଲା। ଖବର ପ୍ରସାରଣ ପରେ ଡ଼ାକ୍ତର ଓ ମେଡ଼ିକାଲ କର୍ମଚାରୀ ମାନେ ସାମ୍ବାଦିକଙ୍କ ବିରୁଦ୍ଧରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାର ଉଚିତ୍ ତଦନ୍ତ ନକରି ରାତି ଦୁଇଟା ସମୟରେ ଆତଙ୍କବାଦୀଙ୍କୁ ଗିରଫ କରିବା ଭଳି ପାଞ୍ଚ ଜଣ ସାମ୍ବାଦିକଙ୍କୁ ଘରେ ପଶି ଉଠାଇଆଣି କୋର୍ଟ ଚାଲାଣ କରିଛନ୍ତି ବୋଲି ଅଭିଯୋଗ ହେଉଛି।
ଗତକାଲି ଅର୍ଥାତ୍ ଶନିବାର ୧୮ ତାରିଖ ସକାଳେ କୋରକୋଣ୍ଡା ହସ୍ପିଟାଲ୍ ଡାକ୍ତରଙ୍କ ନାମରେ ଗିରଫ ହୋଇଥିବା ୫ଜଣ ସାମ୍ବାଦିକ କାଉଣ୍ଟର କେସ ଥାନାରେ ଦେଇଥିଲେ ମଧ୍ୟ ଦୁଇଦିନ ପରେ କେସ ରେଜିଷ୍ଟ୍ରେସନ ନକରିବା ଓ ଏତଲା କପି ପୋଲିସ (POLICE) ନଦେବାରୁ ଆଜି ଅର୍ଥାତ୍ ରବିବାର ୧୯ ତାରିଖ ସକାଳେ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଏକ ଜରୁରୀ ବୈଠକ ଡାକିଥିଲେ, ଏଥିରେ ୧୫ ଜଣିଆ କୋର କମିଟି ଗଠନ କରାଯାଇ ଥିଲା, ସାମ୍ବାଦିକ କୋର କମିଟି ସଦସ୍ୟ ମାନେ ଆଜି ଅପରାହ୍ନରେ ମାଲକାନଗିରି ଥାନାକୁ ଯାଇ ଏତଲା କପି ମାଗିବାରୁ ତଦନ୍ତ ପରେ କେସ ରେଜିଷ୍ଟ୍ରେସନ କରାଯିବ। କେସ ରେଜିଷ୍ଟେସନ କରାଯାଇନାହିଁ କହି ଥାନା ଅଧିକାରୀ ଫେରାଇ ଦେଇଥିଲେ।
ଏହି ଘଟଣାକୁ ନିନ୍ଦାକରି ଜିଲ୍ଲାର ସମସ୍ତ ସାମ୍ବାଦିକ ମାନେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣ ଧାରଣାରେ ବସିଛନ୍ତି। ଗିରଫ ପାଞ୍ଚ ଜଣ ସାମ୍ବାଦିକ ହେଲେ ଟିଭି (TV) ଚ୍ୟାନେଲ ଓ ଦୈନିକ ଖବର କାଗଜର ବିକ୍ରମ କେଶରୀ ସ୍ୱାଇଁ, ରାହୁଲ କୁମାର ଗୋଲୋରି, ଚନ୍ଦ୍ରକାନ୍ତ ପଣ୍ଡା, ଅବିନାଶ ବେହେରା, ପ୍ରଦୀପ କୁମାର ମହାରଣା। ଏହିଭଳି ଏକ ଘଟଣାକୁ ବିରୋଧ କରି ମାଲକାନଗିରି ଜିଲ୍ଲାର ସମସ୍ତ ସାମ୍ବାଦିକ ଆଜି ଅର୍ଥାତ୍ ରବିବାର ୧୯ ତାରିଖ ଠାରୁ ଥାନା ଆଗରେ ଧାରଣା ଆରମ୍ଭ କରିଦେଇଛନ୍ତି।