ବିଜ୍ଞାପନ ପାଇଁ ଯୋଗାଯୋଗ

ଜନ୍ମଦିନ, ବିବାହ କିମ୍ବା ବିବାହ ବାର୍ଷିକ, ବେପାର ଓ ଅନ୍ୟାନ୍ୟ ଉତ୍ସବ ନିମନ୍ତେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ (RS.1000/- Weekly) ଯୋଗାଯୋଗ: 9439883165 - ONLY WHATSAPP

ସି.ଡି.ଏମ.ଓଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର (ପୁରୀ) !

🌍 ମୁଖ୍ୟ ସମ୍ପାଦକ (SRINIBASH ROUT/9439883165)

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଶତାଧିକ କର୍ମଚାରୀମାନେ, ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥବର୍ମା ଙ୍କୁଭେଟି ସି.ଡି.ଏମ.ଓ.ଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତି ଶ୍ରୀ ଭେକଟର ମିଶ୍ର ଙ୍କଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।ମଙ୍ଗଳବାର ଅର୍ଥାତ୍ ୧୧ ତାରିଖରେ ରଥୟାତ୍ରା ପ୍ରଥମ ସମନ୍ୱୟ ବୈଠକ ଚାଲିଥିବା ବେଳେ, ଜନୈକ ବ୍ୟକ୍ତି ରଥ ଯାତ୍ରା ସମ୍ବର୍ଦ୍ଧିତ ପ୍ରଶ୍ନ ନପଚାରି, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଉତ୍ତର ମାଗିଥିଲେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ସୁଜାତା ମିଶ୍ରଙ୍କୁ ଆକ୍ଷେପ କରି ବୈଠକରେ କହିଥିଲେ ।ରଥଯାତ୍ରା ବୈଠକରେ ରଥଯାତ୍ରା ସମ୍ବଧିତ ପ୍ରଶ୍ନ ନପଚାରି ଅନ୍ୟସ୍ୱାସ୍ଥ୍ୟ ସମ୍ବଧୀୟ କଥା ପଚାରିବା କେତେ ଯୁକ୍ତିଯୁକ୍ତ ଓଏହି ପ୍ରସଙ୍ଗକୁ ନେଇ କି ସିଡିଏମଓଙ୍କୁ ଆକ୍ଷେପ ଓ ଦୁର୍ବ୍ୟବହାରକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଘୋର ନିନ୍ଦା କରୁଛି ଏବଂ ଜୈନିକ ହେକଟର ମିଶ୍ରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ, ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନ୍ୟନ୍ୟାୟିକ ପନ୍ଥା ଗ୍ରହଣ କରାଯିବ ଓ ରଥଯାତ୍ରାରେ ସହଯୋଗ କରାଯିବ ନାହିଁ ବୋଲି ଦାବିପତ୍ରରେ ଉଲେଖ କରାଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡ଼ା. ଦେବୀ ମହାପାତ୍ର, ଡ଼ା. ଲଲାଟେନ୍ଦୁ ମିଶ୍ର, ଡ଼ା. ବିରଜା ଶଙ୍କର ରଥ, ଡ଼ା. ସୁନୀଲ ତରାଇ, ଡ଼ା. ସୌମ୍ୟରଞ୍ଜନ ସରଙ୍ଗୀ, ଡ଼ା. ସଞ୍ଜୟ କୁମାର ପ୍ରଧାନ, ଡ଼ା. ବିଶ୍ୱଜିତ ମିଶ୍ର, ଡ଼ା. ଆଶିଷ ମହାପାତ୍ର, ଡ଼ା. ସନ୍ତୋଷ କୁମାର ତ୍ରିପାଠୀ, ଡ଼ା. ବିନୟ କୁମାର ପଣ୍ଡା, ଶ୍ରୀ ବିଜୟ କୁମାର ନାୟକ, ଡିପିଏମ ଶ୍ରୀ ଟି.ନାରାୟଣ ରାଓ ଅଶୋକ କୁମାର ସାହୁ, ସନ୍ତୋଷ କୁମାର ମିଶ୍ର ଓ ବ୍ଲକ୍ ଜିଲ୍ଲାସ୍ତରୀୟ ପ୍ରାୟ ଶତାଧିକ ସ୍ୱାସ୍ଥ୍ୟ କର୍ମଚାରୀ ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ।