ବିଜ୍ଞାପନ ପାଇଁ ଯୋଗାଯୋଗ

ଜନ୍ମଦିନ, ବିବାହ କିମ୍ବା ବିବାହ ବାର୍ଷିକ, ବେପାର ଓ ଅନ୍ୟାନ୍ୟ ଉତ୍ସବ ନିମନ୍ତେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ (RS.1000/- Weekly) ଯୋଗାଯୋଗ: 9439883165 - ONLY WHATSAPP

ନିଶା ମହାରଣାଙ୍କୁ ମଞ୍ଚକୁ ଉଠାଇ ଦେଲେନି କଳାକାର (କେନ୍ଦ୍ରାପଡ଼ା) !

🌍 ମୁଖ୍ୟ ସମ୍ପାଦକ (SRINIBASH ROUT/9439883165)
କେନ୍ଦ୍ରାପଡ଼ା ରାଜକନିକା ବ୍ଲକ୍ ଅହମଦ୍‌ପୁର ଠାରେ ଯାତ୍ରାରେ ଅଶ୍ଲୀଳତା ଓ ନଗ୍ନତାକୁ ନେଇ ତୁମୁଳକାଣ୍ଡ ଘଟିଛି ।ନୃତ୍ୟ କଳାକାର ନିଶା ମହାରଣାଙ୍କୁ ଯାତ୍ରା ମଞ୍ଚକୁ ଉଠାଇ ଦେଲେ ନାହିଁ ଯାତ୍ରା କଳାକାର ।ଫଳରେ ନିଶା ମହାରଣା ମଞ୍ଚକୁ ଯାଇନପାରି ଫେରିଯାଇଥିଲେ ।ଏହି ଘଟଣାରେ ଯାତ୍ରା ପରିବେଷଣ କରୁଥିବା ଯାତ୍ରା କମିଟିର ସଦସ୍ୟମାନେ କଳାକାରଙ୍କୁ ମାଡ଼ ମାରିବା ସହିତ ବେକରୁ ସୁନା ଚେନ୍ ଏବଂ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିବାର ଗତକାଲି ଅର୍ଥାତ୍ ବୁଧବାର ରାଜକନିକା ଥାନାରେ ଅଭିଯୋଗ ହୋଇଛି ।ଜଣେ କଳାକାର ଆହତ ହୋଇଥିବାର ଜଣାପଡ଼ିଛି ।ନିଶାଙ୍କ ପାଇଁ ଯାତ୍ରା ଅଧାରୁ ବନ୍ଦ୍ ହୋଇଯାଇଥିଲା ।ହେଲେ ନିଶା ମହାରଣା ଗଲାପରେ ଯାତ୍ରା କମିଟି ସଦସ୍ୟଙ୍କ ନିଶା ଖସିଯାଇଛି ।କଣ୍ଡିଆ ଫାଣ୍ଡିରେ ରାତିରେ ଯାତ୍ରା କମିଟି ଏବଂ କଳାକାରମାନଙ୍କ ମଧ୍ୟରେ ସମାଧାନ ହୋଇଥିବାର ଜଣାପଡ଼ିଛି ।ଉଭୟପକ୍ଷ କଣ୍ଡିଆ ଫାଣ୍ଡିରେ ଘଟଣାର ଆପୋଷ ସମାଧାନ କରିଛନ୍ତି ।ଫଳରେ ଆଜିଠାରୁ ଅର୍ଥାତ୍ ଗୁରୁବାର ପୁଣି ଯାତ୍ରା ଆରମ୍ଭ ହେବା ନେଇ କୁହାଯାଉଛି ।ଯାତ୍ରା କଳାକାର ରଞ୍ଜିତ ସାହୁ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ଅବଦୁଲପୁର ଗ୍ରାମପଞ୍ଚାୟତର ଅହମଦ୍‌ପୁର, ମଳିକସାହିରେ ମଙ୍ଗଳବାର ସାଇଦୁର୍ଗା ଅପେରା ପ୍ରଥମ ରାତି ଯାତ୍ରା ପରିବେଷଣ କରିଥିଲା ।ହେଲେ ଯାତ୍ରା ଚାଲିଥିବା ବେଳେ ବିଳମ୍ବିତ ରାତିରେ ନୃତ୍ୟ କଳାକାର ନିଶା ମହାରଣା ଆସି ପହଞ୍ଚିଥିଲେ ।ହେଲେ ନିଶାଙ୍କ ଅଶ୍ଳୀଳତା ଏବଂ ନଗ୍ନତାକୁ ବିରୋଧ କରି କଳାକାରମାନେ ତାଙ୍କୁ ଏକ ଘଣ୍ଟା ଧରି ଚାଲିଥିବା ଯାତ୍ରା ବନ୍ଦ୍ କରି ମଞ୍ଚକୁ ଉଠିବାକୁ ବିରୋଧ କରିଥିଲେ ।ଫଳରେ ନିଶା ଆଉ ମଞ୍ଚକୁ ନଯାଇ ଫେରିଯାଇଥିଲେ ।ଏହି ରାଗରେ ନେଇ ଯାତ୍ରା କମିଟିର ସଦସ୍ୟମାନେ ମଞ୍ଚ ଉପରକୁ ଚେୟାର ସହିତ ଟେକା ପଥର ଫୋପାଡ଼ି ଥିଲେ ।ଫଳରେ ଯାତ୍ରା ବନ୍ଦ୍ ହୋଇଯାଇଥିଲା ।ଏହି ଘଟଣାକୁ ନେଇ ଯାତ୍ରା କଳାକାର ଏବଂ କମିଟି ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ଯାତ୍ରାକଳାକାଙ୍କୁ ମଞ୍ଚରୁ ଟଣାଓଟରା କରାଯିବା ସହିତ ମାଡ଼ ମରାଯାଇଥିଲା ।ଏହା ସହିତ କଳାକାରଙ୍କ ସୁନା ଚେନ୍ ଏବଂ ମୋବାଇଲ ଛଡ଼ାଇ ନେଇଥିଲେ ।ଯାତ୍ରା କଳାକାର ରଞ୍ଜିତଙ୍କ ସହିତ ଆଜି ମଧ୍ୟାହ୍ନରେ ଯାତ୍ରା କଳାକାର ରଶ୍ମିପ୍ରଭା ସାହୁ, ତାପସ କୁମାର ସାହୁ, ପ୍ରକାଶ ମୁଦୁଲି ଏବଂ ବିଶ୍ୱଜିତ୍ ମହାନ୍ତି ପ୍ରମୁଖ କଳାକାରମାନେ ରାଜକନିକା ଥାନାରେ ଏଏସ୍‌ଆଇ ଏନ୍ ସାହୁଙ୍କୁ ଭେଟି ଏତଲା ପ୍ରଦାନ କରିଛନ୍ତି ।ଏହି ଘଟଣା ପରେ ନିଶା ମହାରଣାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି ।