🌍 ମୁଖ୍ୟ ସମ୍ପାଦକ (SRINIBASH ROUT/9439883165)
କନ୍ଧମାଳରେ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତଙ୍କ ମାରାଥନ କାର୍ଯ୍ୟକ୍ରମ। ପ୍ରଥମେ ବୌଦ୍ଧ ଆଦର୍ଶ ମହାବିଦ୍ୟାଳୟରେ ଏକ ଜାତୀୟ ସେମିନାରରେ ଯୋଗ ଦେବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିଥିଲେ। ଲୁଣିବାହାଲ ଠାରେ ନିର୍ମାଣାଧୀନ କିସ୍ କ୍ୟାମ୍ପସ କାର୍ଯ୍ୟ ବୁଲି ଦେଖିବା ସହ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ତଦାରଖ କରିଥିଲେ। ପରେ କଣ୍ଟାମାଲ ବ୍ଲକ୍ ରଙ୍ଗପାଲି ଠାରେ ନିର୍ମାଣାଧୀନ ଦୁଇ ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଓ କିସ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ସାଂସଦ ଡ଼ଃ. ସାମନ୍ତଙ୍କ ସହ କିସ ଓ କିଟର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହାଦ୍ୱାରା କଣ୍ଟାମାଳ ଅଞ୍ଚଳବାସୀ ସୁବିଧାରେ ଉନ୍ନତ ଚିକିତ୍ସା ସେବା ପାଇବେ। ବିଦ୍ୟାଳୟ ନିର୍ମାଣ ଦ୍ୱାରା ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆଉ ପାଦେ ଆଗେଇବ ବୋଲି କହିଛନ୍ତି। ପରେ ଫୁଲବାଣୀ ଗସ୍ତ କରିଥିଲେ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ। ବଇଡାରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା କିସ ସ୍କୁଲ୍ ଓ ୨ଶହ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ମେଡ଼ିକାଲର ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ। କିଟ୍ ଓ କିସର ଅଧିକାରୀଙ୍କ ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ପରେ ବାଲିଗୁଡା ଗସ୍ତ କରିଥିଲେ ସାଂସଦ ଡ଼ଃ. ସାମନ୍ତ। ମହାସିଙ୍ଗ ଠାରେ ସାଂସଦଙ୍କୁ ବିଜେଡ଼ି କର୍ମୀଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହା ସହ ନିର୍ମାଣ ହେବାକୁ ଯାଉଥିବା ଅତ୍ୟାଧୁନିକ ମେଡ଼ିକାଲ ଓ ଦିବାଧ୍ୟାୟି ବିଦ୍ୟାଳୟ ଅଞ୍ଚଳ ଗସ୍ତ କରିଥିଲେ। ବିଭିନ୍ନ ଲୋକ ପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ଆଲୋଚନା କରିଛନ୍ତି କନ୍ଧମାଳ ସାଂସଦ। ବାଲିଗୁଡାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ ଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। କନ୍ଧମାଳ ଜିଲ୍ଲାରେ ମେଡ଼ିକାଲ କଲେଜ, ରେଳ ଲାଇନ, ଟେଲିକମ୍ ନେଟୱର୍କ ସମସ୍ୟା ଦୂର, ପର୍ଯ୍ୟଟନର ବିକାଶ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।