ବିଜ୍ଞାପନ ପାଇଁ ଯୋଗାଯୋଗ

ଜନ୍ମଦିନ, ବିବାହ କିମ୍ବା ବିବାହ ବାର୍ଷିକ, ବେପାର ଓ ଅନ୍ୟାନ୍ୟ ଉତ୍ସବ ନିମନ୍ତେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ (RS.1000/- Weekly) ଯୋଗାଯୋଗ: 9439883165 - ONLY WHATSAPP

ବଳମ୍ ଗ୍ରାମ ପଞ୍ଚାୟତରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ପାଇଁ ଦାବୀ (ସମ୍ବଲପୁର) !

🌍 ମୁଖ୍ୟ ସମ୍ପାଦକ (SRINIBASH ROUT/9439883165)

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ବଳମ୍ ପଞ୍ଚାୟତ ରେ ଏକ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ପାଇଁ ଏକ ଦାବୀ ପତ୍ର ବଳମ ପଞ୍ଚାୟତବାସୀ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।ବଳମ୍ ପଞ୍ଚାୟତ ଅନ୍ତର୍ଗତ ଵିଭିନ୍ନ ଗ୍ରାମର ଲୋକମାନେ ସେମାନଙ୍କର ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟ ୧୦ କିଲୋମିଟର ଦୂର କିସିଣ୍ଡା ପଞ୍ଚାୟତରେ ଅଵସ୍ଥାପିତ ହୋଇଥିଵାରୁ ଵହୁତ ଅସୁବିଧା ହେଉଛି ।ପୂର୍ବରୁ ନାକଟିଦେଉଳ ଠାରେ ଏହି କାର୍ଯ୍ୟାଳୟ ଥିବାରୁ ସୁବିଧା ହେଉଥିଲା ।କିଛି ବର୍ଷ ପୂର୍ବେ ବଳମ୍ ଠାରେ ଆର୍ ଆଇ ଅଫିସ୍ ଖୋଲାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।ବଳମରେ ଯଥାଶୀଘ୍ର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ କରାଯିବା ପାଇଁ ବଳମ୍, ମହୁକୁଦ, ଉପରମୁଣ୍ଡା, ଟିକିଲିପଡା, ବଲାସି°ହା, କେଲୋ, ବେତଝରଣ, ମଣ୍ଡୁଆମ୍, ବଞ୍ଜାଗୋଳା, ତାସଭରଡି, ଗଞାବାହାଳ ଓ ତାଳପାଳ ଗ୍ରାମବାସୀ ଦାବୀ କରିଛନ୍ତି ।ଗତକାଲି ଅର୍ଥାତ୍ ବୁଧବାର ୧୨ ତାରିଖ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ନାକଟିଦେଉଳ ତହସିଲଦାରଙ୍କୁ ବଳମ୍ ଠାରେ ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟ ସ୍ଥାପନପାଇଁ ପୁର୍ବତନ ସରପଞ୍ଚ ଵୀରେନ୍ ପ୍ରଧାନ, ଭକ୍ତ ବଲ୍ଲଭ ପ୍ରଧାନ, ଅଚ୍ୟୁତାନନ୍ଦ ପ୍ରଧାନ, ଶ୍ରୀମନ୍ତ ପ୍ରଧାନ ଓ ଵୀରେନ୍ ମାଝୀ ନାକଟିଦେଉଳ ଅତିରିକ୍ତ ତହସିଲଦାରଙ୍କ ଠାରେ ଦାବୀପତ୍ର ପ୍ରଦାନ କରିଛନ୍ତି ।