🌍 ମୁଖ୍ୟ ସମ୍ପାଦକ (SRINIBASH ROUT/9439883165)
ବୌଦ୍ଧ ଜିଲ୍ଲାରେ ଘଡ଼ିକେ ଘୋଡ଼ା ଛୁଟୁଛି ।ସବୁ ସୀମା ପାର୍ ପ୍ରଶାସନିକ ବ୍ୟବସ୍ଥା। ସବୁ ସରକାରୀ କାର୍ଯ୍ୟରେ ଘୋଟାଲା। କାହା ଚାପରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ।ଗୋଟିଏ ଦିନରେ ବଦଳି ଅର୍ଡର ଆଉ କିଛି ସମୟ ପରେ ସ୍ଥଗିତ ।ଏହା କି ପ୍ରକାର ନ୍ୟାୟ ନା ଅନ୍ୟ କିଛି। ଗୋଟିଏ ଦିନରେ ସମାନ ତାରିଖ ଜିଲ୍ଲାପାଳ ମହୋଦୟ ସିନିୟର୍ ରେଭେନିୟୁ ଆସିଷ୍ଟାଣ୍ଟ ଙ୍କ ବଦଳି କରିବା ଓ ସଙ୍ଗେ ସଙ୍ଗେ କିଛି ସମୟ ମଧ୍ୟରେ ହିଁ ବଦଳିକୁ ସ୍ଥଗିତ ରଖିବା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବ୍ଲକ୍ ଓ ତହସିଲ୍ ମାନଙ୍କର ସ୍ବଚ୍ଛତାକୁ ଦୃଷ୍ଟି ଆଗରେ ରଖି
୧୧/୦୪/୦୨୩ ଚିଠି ନମ୍ୱର୍ ୨୮୯୮ ରେ ଏକ ବଦଳି ଆଦେଶ ବାହାର କରିଥିଲେ କିନ୍ତୁ କେତେ ଘଣ୍ଟାର ବ୍ୟବଧାନରେ ପୁଣି ଚିଠି ନମ୍ୱର୍ ୨୯୨୪ରେ ଅଦଳ ବଦଳ ଆଦେଶ ସ୍ଥଗିତ ହୋଇଥିବା ଚିଠି ଆସିଥିବା ଜଣା ପଡ଼ିଥିଲା। ଏଠାରେ ପ୍ରଶ୍ନ ଉଠୁଛି ଯେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆସିଥିବା ବଦଳି ଆଦେଶକୁ ପୁଣି ନିଜେ ଜିଲ୍ଲାପାଳ କିଛି ଘଣ୍ଟାର ବ୍ୟବଧାନରେ ସ୍ଥଗିତ ରଖିବା ଚର୍ଚ୍ଚା ହେଉଥିବା ବେଳେ କାହା ଚାପରେ ଜିଲ୍ଲାପାଳ ଏହି ଆଦେଶକୁ ବନ୍ଦ୍ କଲେ ତାହା ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।