ବିଜ୍ଞାପନ ପାଇଁ ଯୋଗାଯୋଗ

ଜନ୍ମଦିନ, ବିବାହ କିମ୍ବା ବିବାହ ବାର୍ଷିକ, ବେପାର ଓ ଅନ୍ୟାନ୍ୟ ଉତ୍ସବ ନିମନ୍ତେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ (RS.1000/- Weekly) ଯୋଗାଯୋଗ: 9439883165 - ONLY WHATSAPP

ଆକାଶରୁ ବର୍ଷୁଛି ନିଆଁ, ଆଗକୁ ଆହୁରି ବଢ଼ିବ ତାତି, ଅସହ୍ୟ ହେବ ଜନ ଜୀବନ (ଓଡ଼ିଶା) !

🌍 ମୁଖ୍ୟ ସମ୍ପାଦକ(SRINIBASH ROUT/9439883165)

ରାଜ୍ୟରେ ଏବେ ପ୍ରଚଣ୍ଡ ରୌଦ୍ରତାପ। ଆକାଶରୁ ବର୍ଷୁଛି ନିଆଁ। ଆଗକୁ ଆହୁରି ବଢ଼ିବ ତାତି ।୧୩ ରୁ ୧୫ ତାରିଖ ଯାଏଁ ହିଟ ୱେଭ ଆଲର୍ଟ ଜାରି କରିବା ସହ ସତର୍କ କରାଇଛି ପାଣିପାଗ ବିଭାଗ। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡ଼ିଗ୍ରୀ ଅତିକ୍ରମ କରିଛି ରାଜଧାନୀ ତାତି। ରାଜ୍ୟରେ ଏବେ ଅସହ୍ୟ ତାତି। ଫଳରେ ଅସ୍ତବ୍ୟସ୍ତ ଜନଜୀବନ। ଘରୁ ବାହାରିବା ହୋଇପଡିଛି ମୁସ୍କିଲ। ୧୩ ରୁ ୧୫ ତାରିଖ ଯାଏଁ ହିଟ ୱେଭ ଆଲର୍ଟ ଜାରି କରିବା ସହ ସତର୍କ କରାଇଛି ପାଣିପାଗ ବିଭାଗ। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡ଼ିଗ୍ରୀ ଅତିକ୍ରମ କଲା ରାଜଧାନୀ ତାତି। ୪ ଦିନ ମଧ୍ୟରେ ତାପମାତ୍ରା ଆହୁରୀ ୩ରୁ ୪ ଡ଼ିଗ୍ରୀ ବଢ଼ିବା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହାସହ ପଶ୍ଚିମ ଏବଂ ଆଭ୍ୟନ୍ତରିଣ ସମେତ ଉପକୂଳ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ବୃଦ୍ଧି ଘଟିବ ।୧୩ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୪ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ  ଏବଂ ୧୫ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ସେପଟେ ତାତିରେ ଜଳୁଛି ବିଭିନ୍ନ ଜିଲ୍ଲା। ଯାଜପୁରରେ ସମସ୍ତ ବ୍ଲକରେ ଜଳଛତ୍ର ଖୋଲିବାକୁ ଦାବି ହୋଇଛି ।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଂଶୁଘାତ ମୁକାବିଲା ନେଇ ପ୍ରସ୍ତୁତ ଥିବା ଯାଜପୁର ସିଡିଏମଓ ସୂଚନା ଦେଇଛନ୍ତି। ସେହିପରି ପ୍ରବଳ ତାତିରେ ଅତିଷ୍ଠ ବାଙ୍କୀ ଅଞ୍ଚଳର ଜନସାଧାରଣ। ବାଙ୍କୀ ଏନଏସି ତରଫରୁ ମୁଖ୍ୟ ରାସ୍ତା କଡ଼ ହେଉ କି କୌଣସି ଶିକ୍ଷାନୁଷ୍ଠାନର ମୁଖ୍ୟ ଫାଟକ ନିକଟରେ ଜଳଛତ୍ରର ବ୍ୟବସ୍ଥା ହୋଇନଥିବା ବେଳେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସେହିପରି ରାୟଗଡା ଜିଲ୍ଲାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ।ଅନ୍ୟପଟେ ଅସହ୍ୟ ଖରା ଭିତରେ ଆସିଲା ଆଶ୍ୱସ୍ତି ଜନକ ଖବର। ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା ।ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।ଦେଶର ସ୍ୱାଭାବିକ ବର୍ଷା ୮୭ ସେଣ୍ଟିମିଟରର ୯୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ପ୍ରେସମିଟ୍ ଯୋଗେ ସୂଚନା ଦେଇଛନ୍ତି ଆଇଏମ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।ରାଜ୍ୟରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇଦେବାକୁ ଦାବି ହୋଇଛି।