ବିଜ୍ଞାପନ ପାଇଁ ଯୋଗାଯୋଗ

ଜନ୍ମଦିନ, ବିବାହ କିମ୍ବା ବିବାହ ବାର୍ଷିକ, ବେପାର ଓ ଅନ୍ୟାନ୍ୟ ଉତ୍ସବ ନିମନ୍ତେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ (RS.1000/- Weekly) ଯୋଗାଯୋଗ: 9439883165 - ONLY WHATSAPP

୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକ ବନ୍ଦ୍ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ (ଭୁବନେଶ୍ୱର) !

🌍 ମୁଖ୍ୟ ସମ୍ପାଦକ (SRINIBASH ROUT/9439883165)

ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ଅର୍ଥାତ୍ ମଙ୍ଗଳବାର ଏହି ନିର୍ଦ୍ଦେଶ ଦେଇଛନ୍ତି ।ଉଲ୍ଲେଖନୀୟ ଯେ ଆସନ୍ତା ୪/୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ସହିତ ଗ୍ରୀଷ୍ମ ପ୍ରଦାହ ହେବା ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ସହିତ ଅତି ଜରୁରୀ କାମ ନଥିଲେ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।ତେବେ ଗ୍ରୀଷ୍ମ ପ୍ରଦାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଗତକାଲି ଅର୍ଥାତ୍ ମଙ୍ଗଳବାର ୧୧ ତାରିଖରୁ ରାଜ୍ୟରେ ସକାଳୁଆ ବିଦ୍ୟାଳୟ ଆରମ୍ଭ ହୋଇଥିଲା ଏବଂ ସମସ୍ତ ବିଦ୍ୟାଳୟ ଦିନ ୧୧.୩୦ ସୁଦ୍ଧା ଛୁଟି କରିବାକୁ କୁହାଯାଇଥିଲା ।ଆଜି ରାଜ୍ୟର ୯ଟି ଜିଲ୍ଲାରେ ତାପମାତ୍ରା ୪୦ଟି ଡ଼ିଗ୍ରୀ ଉପରେ ରହିବା ଏବଂ ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ଆଜିଠାରୁ ଅର୍ଥାତ୍ ବୁଧବାର ୧୨ ତାରିଖଠାରୁ ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢ଼ିବାର ସତର୍କତା ଜାରି ପରେ ରାଜ୍ୟ ସରକାର ଗତକାଲି ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।