🌍 ମୁଖ୍ୟ ସମ୍ପାଦକ (SRINIBASH/+919439883165)

ପଡ଼ୋଶୀ ଦେଶ ବଙ୍ଗଳାଦେଶ ରେ ହିନ୍ଦୁ ମାନଙ୍କ ଉପରେ ନିର୍ଯ୍ୟାତନା ଗୋଟିଏ ବଡ଼ ସମସ୍ୟା ହୋଇଯାଇଛି ଏବଂ ଲଗାତାର ସେମାନଙ୍କ ଉପରେ ଆକ୍ରମଣ ଜାରି ରହିଛି। ସନ୍ଥ ଚିନ୍ମୟ କୃଷ୍ଣଙ୍କ ଗିରଫକୁ ବିରୋଧ କରି ରାଜରାସ୍ତାକୁ ଓଲ୍ହାଇଥିବା ହିନ୍ଦୁ ସମାଜ ଉପରେ ଆକ୍ରମଣ କରାଯାଇଛି ।କେବଳ ଏତିକି ନୁହେଁ, ବର୍ତମାନ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ଓ ଇସ୍କନ ବିରୋଧରେ ଖୋଲାଖୋଲି ପ୍ରତିବାଦ କରାଯାଉଛି। ଏପରିକି ହିନ୍ଦୁ ମାନଙ୍କୁ ହାଣିଦେବାର ଧମକ୍ ମଧ୍ୟ ଦିଆଯାଉଛି। ରାଲି ଗୁଡ଼ିକରେ ହିନ୍ଦୁଙ୍କୁ ମାର ଓ ଇସ୍କନ ଲୋକଙ୍କୁ ହାଣି ଦିଅ ନାରା ଦିଆଯାଉଛି। ଏହାଛଡ଼ା ରାସ୍ତାରେ ଯାଉଥିବା ହିନ୍ଦୁ ବ୍ୟକ୍ତିଙ୍କର ନାମ ପଚାରି ପିତା ଯାଉଛି। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ ଭାରତୀୟ ଲୋକେ ଆକ୍ରୋଶରେ ରହିଛନ୍ତି ।ବଙ୍ଗଳାଦେଶର ଏଭଳି କାର୍ଯ୍ୟକୁ ଆଧାର କରି ଭାରତ ନିନ୍ଦା କରିଛି। ଭାରତୀୟ ବିଦେଶ ମନ୍ତ୍ରଣାଳୟ କହିଛି ଯେ ଚିନ୍ମୟ ଦାସଙ୍କୁ ଗିରଫ କରାଯିବା ନିନ୍ଦନୀୟ ଅଟେ। ବଙ୍ଗଳାଦେଶରେ ଅଳ୍ପସଂଖ୍ୟକଙ୍କ ହିନ୍ଦୁଙ୍କ ପାଇଁ ଯେଉଁ ବର୍ବାରଚିତ କାର୍ଯ୍ୟ ହେଉଛି ତାହା କଦାପି ଗ୍ରହଣୀୟ ନୁହେଁ। ଅଳ୍ପ ସଂଖ୍ୟକଙ୍କ ଘରୁ ଚୋରୀ ହେବା, ସେମାନଙ୍କୁ କଷ୍ଟ ଦେବା, ଦେବତାଙ୍କ ମଦିରକୁ କ୍ଷତି କରିବା ନିନ୍ଦନୀୟ ଅଟେ। ବିଦେଶ ମନ୍ତ୍ରଣାଳୟ କହିଛି ଯେ ଏଭଳି ଘଟଣା ଘଟାଇ ବଙ୍ଗଳାଦେଶ ଅଳ୍ପ ସଂଖ୍ୟକଙ୍କ ଭାବନା ଓ ଅଧିକାର ସହିତ ଖେଳୁଛି ।