ବିଜ୍ଞାପନ ପାଇଁ ଯୋଗାଯୋଗ

ଜନ୍ମଦିନ, ବିବାହ କିମ୍ବା ବିବାହ ବାର୍ଷିକ, ବେପାର ଓ ଅନ୍ୟାନ୍ୟ ଉତ୍ସବ ନିମନ୍ତେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ (RS.1000/- Weekly) ଯୋଗାଯୋଗ: 9439883165 - ONLY WHATSAPP

ଗୁଳି କରିବାର ନିର୍ଦେଶ ଦିଆଯାଇଛି, ଗୃହ ଯୁଦ୍ଧର ବିଭିଷୀକାରେ ଜଳୁଛି ପାକିସ୍ତାନ (ଭୁବନେଶ୍ବର) !

🌍 ମୁଖ୍ୟ ସମ୍ପାଦକ (SRINIBASH/+919439883165)
ବର୍ତମାନ ସାରା ବିଶ୍ୱରେ ଚାଲିଛି ଯୁଦ୍ଧର ତାଣ୍ଡବ, ୟୁକ୍ରେନ୍ ରୁଷ ଯୁଦ୍ଧ ତ, ପୁଣି ଇସ୍ରାଏଲ୍ ହମାସ ଯୁଦ୍ଧ, ଯେଉଁଠି ଦେଖିବ ରକ୍ତ ରଂଜିତ ପୃଥିବୀ। ଠିକ୍ ଏହି ସମୟରେ ପାକିସ୍ତାନରେ ଚାଲିଛି ଗୃହ ଯୁଦ୍ଧ। କିନ୍ତୁ ଏହି ଗୃହ ଯୁଦ୍ଧ ହେବାର ମୁଖ୍ୟ କାରଣ କ'ଣ ? ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲ୍ ହୋଇ ରହିଛନ୍ତି ବନ୍ଦୀ ହୋଇ, ଇମ୍ରାନଙ୍କ ସମର୍ଥକ ଇମ୍ରାନଙ୍କ ରିହା ପାଇଁ ଓଲ୍ହାଇଛନ୍ତି ରାଜରାସ୍ତାକୁ। ଯାହାକୁ ନେଇ ପାକିସ୍ତାନର ସ୍ଥିତି ବିଗିଡ଼ିବାରେ ଲାଗିଛି ।ଇମ୍ରାନଙ୍କର ହଜାର ହଜାର ସମର୍ଥକ ଇସ୍ଲାମଵାଦରେ ପସି ହିଂସା ସୃଷ୍ଟି କରିବାରେ ଲାଗି ପଡିଛନ୍ତି। ପାକିସ୍ତାନ ସ୍ଥିତ ଶ୍ରୀନଗର ହାଇୱେରେ ପ୍ରଦର୍ଶନକାରୀମାନେ ସୁରକ୍ଷା ରେଞ୍ଜର୍ସଙ୍କ ଉପରେ ଚାରି ଜଣଙ୍କୁ ଗାଡ଼ି ଚଢାଇ ମାରି ଦେଇଛନ୍ତି ।ମିଳିଥିବା ସୂଚନା ଅନୁସାରେ ବର୍ତମାନ ସୁଧା ଏହି ହିଂସାରେ ୬ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି ଏବଂ ୧୦୦ ରୁ ଉର୍ଧ୍ଵ ପୋଲିସ କର୍ମୀ ଆହତ ହୋଇଛନ୍ତି ।ସ୍ଥିତି ଅଣାୟତ୍ତ ହେବାରୁ ଧାରା ୨୪୫ ଅନୁସାରେ ସେନାଙ୍କୁ ବର୍ତମାନ ସୁରକ୍ଷା ଦାୟିତ୍ୱ ଦିଆଯାଇଛି ଏବଂ ବିଦ୍ରୋହୀଙ୍କୁ ଦେଖିବା ମାତ୍ରକେ ଗୁଳି କରିବାର ନିର୍ଦେଶ ଦିଆଯାଇଛି ।ପ୍ରଦର୍ଶନକାରୀ ମାନଙ୍କୁ ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀ ଆବାସ, ସଂସଦ ଠାରୁ ଦୁରେଇ ରଖିବା ପାଇଁ ରାସ୍ତାରେ ବଡ଼ ବଡ଼ ସପିଙ୍ଗ କଣ୍ଟେନର ବ୍ୟାରିକେଟସ ଭାବରେ ରଖାଯାଥିଲା ।କିନ୍ତୁ ପ୍ରଦର୍ଶନକାରୀ ମାନେ ସିପିଙ୍ଗ କଣ୍ଟେନର ଓ ବ୍ୟାରିକେଟସକୁ ମେସିନ୍ ସାହାଯ୍ୟରେ ହଟାଇ ଦେଇଛନ୍ତି। ବର୍ତ୍ତମାନ ଇମ୍ରାନଙ୍କ ପତ୍ନୀ ବୁଶରା ବିବି ଏହି ପ୍ରଦର୍ଶନ ମୈଦାନକୁ ଓଲ୍ହାଇଛନ୍ତି ।ପୂର୍ବରୁ ସେ ପରୋକ୍ଷ ଭାବରେ ପ୍ରଦର୍ଶନକାରୀଙ୍କୁ ସମର୍ଥନ କରୁଥିଲେ କିନ୍ତୁ ବର୍ତମାନ ପ୍ରତ୍ୟକ୍ଷରେ ସମର୍ଥନ କରୁଛନ୍ତି। ଏହାଛଡ଼ା ସେ ଏଥି ପାଇଁ ପ୍ରଦର୍ଶନକାରୀଙ୍କୁ ଉତେଜିତ କରି ବିଭିନ୍ନ ସ୍ଥାନରେ ସଭା କରୁଛନ୍ତି ।ଯାହା କି ଦେଶର ପରିସ୍ଥିତିକୁ ଅଶାନ୍ତ କରୁଛି ବୋଲି ସରକାରୀ ସ୍ତରରେ ସୂଚନା ଦିଆଯାଇଛି ।ବୁଶରା ବିବି ଇମ୍ରାନଙ୍କ ସମର୍ଥକଙ୍କୁ କହିଛନ୍ତି ଯେ ରାଜଧାନୀରେ ପହଞ୍ଚ ଓ ନିଜର ବିଦ୍ରୋହ ଜାରି ରଖ ।ବୁଶରା ବିବି କହିଛନ୍ତି ଯେ ଏହା କେବଳ ଇମ୍ରାନଙ୍କ ରିହା ହେବାକୁ ନେଇ ପ୍ରଶ୍ନ ଉଠୁନି ଏହା ଦେଶ ଓ ତାର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠୁଛି ।ସେ କହିଛନ୍ତି ଯେ ଏହି ପ୍ରଦର୍ଶନ ସେତେଦିନ ପର୍ଯ୍ୟନ୍ତ ଜାରି ରହିବ ଯେତେଦିନ ପର୍ଯ୍ୟନ୍ତ ଇମ୍ରାନ ରିହା ନହୋଇଛନ୍ତି। ଏହି ସ୍ଥିତି ସହବାଜ ସରକାରଙ୍କ ପାଇଁ ଗୋଟିଏ ଚ୍ୟାଲେଞ୍ଜ ହୋଇଯାଇଛି। କିପରି ବିଦ୍ରୋହୀଙ୍କୁ ଆୟତ୍ତ କରିବେ ଓ ନିଜ ଗାଦିକୁ ସୁରକ୍ଷିତ ରଖିବେ ତାହା ତାଙ୍କ ପାଇଁ ଗୋଟିଏ ବଡ଼ ଚିନ୍ତାର ବିଷୟ ଭାବରେ ଦେଖା ଦେଇଛି ।