🌍 ମୁଖ୍ୟ ସମ୍ପାଦକ (SRINIBASH/+919439883165)
ଥିଲାବାଲା ପାଉଛି ଘର, ଗରିବ ନ ପାଇ କରୁଛି ଅଭିଯୋଗ ।ପ୍ରଶାସନ ପକ୍ଷରୁ ମିଳୁଛି ୱର୍କ ଅର୍ଡର୍, ପରେ ହେଉଛି ରଦ୍ଧ। ଗରିବ ପରିବାର ସହିତ ପ୍ରଶାସନର ଏ କି ଖେଳ ? କିସ୍ତି ବାବଦକୁ ୨୦ ହଜାର ମିଲିସାରି, ପରେ ମିଳୁନି ବାକି ଟଙ୍କା କାହିଁକି ? ଗ୍ରିଭେନ୍ସ ରେ ଅଭିଯୋଗ ପରେ ବି ପ୍ରଶାସନ ଚୁପ୍ କାହିଁକି ? ଆଜ୍ଞା ହଁ,,, ଗରିବ ମୁଣ୍ଡ ଉପରେ ଛାତ ଘରର ଦିଣ୍ଡିମ୍ ପିଟୁଥିବା କେନ୍ଦ୍ର ଓ ରାଜ୍ୟ ସରକାରର ଆବାସ ଯୋଜନା କୁଆଡ଼େ ଗରିବଙ୍କ ପାଇଁ ହୋଇଯାଇଛି ସାତ ସପନ। ହିତାଧିକାରୀ ତାଲିକାରେ ନାଁ ଥାଇ ଓ ଘର ନିର୍ମାଣ ବାବଦକୁ ୨୦ ହଜାର ଟଙ୍କା ପ୍ରଦାନ ପରେ ପ୍ରଶାସନ ଛଡ଼ାଇ ନେଉଛି ଗରିବ ପରିବାର ଠାରୁ ଘର ।ସେପଟେ ଥିଲାବାଲା ଆବାସ ଯୋଜନାରେ ସାମିଲ୍ ହେଉଥିବାର ଆସୁଛି ପୁଳାପୁଳା ଅଭିଯୋଗ ।ହଁ ଆଜ୍ଞା, ଆମେ କହୁଛୁ, ସୁବର୍ଣ୍ଣପୁର ଜିଲ୍ଲା, ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ବାଙ୍କିପାଲି ଗ୍ରାମ ପଞ୍ଚାୟତର କଥା। କୁଆଡ଼େ ୨୦୧୯ - ୨୦ରେ ପଞ୍ଚାୟତ ଅଧିନସ୍ଥ କନ୍ଦାଗାଡ ଗାଁ ର ସୁବୋଧ ଭୁକ୍ତା, ଜୟ କୃଷ୍ଣ ବାଗ ଓ ଦେମଲାଲ୍ ବାଗ୍ ବ୍ଲକ୍ ପ୍ରଶାସନ ପକ୍ଷରୁ ଆବାସ୍ ଘର ନିର୍ମାଣ ପାଇଁ ଆଦେଶ ମିଳିଥିଲା। ଏମିତିକି ପ୍ରଥମ କିସ୍ତି ବାବଦକୁ ୨୦ ହଜାର ଟଙ୍କା ମଧ୍ୟ ମିଲି ସରିଥିବା ବେଳେ, ଆଜି ପର୍ଯ୍ୟନ୍ତ ବାକି କିସ୍ତି ଟଙ୍କା ମିଳିପାରିନାହିଁ ।ଏନେଇ ହିତାଧିକାରୀ ବାରମ୍ବାର ପଞ୍ଚାୟତ ଅଫିସ୍ ଠାରୁ ବ୍ଲକ୍ ଅଫିସ୍ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେଣି ।ଏମିତି କି ଜିଲ୍ଲାପାଳ ଓ ଏସ୍.ପି ଙ୍କ ଯୁଗ୍ମ ଜନ ଶୁଣାଣିରେ ମଧ୍ୟ ଗୁହାରି ଲଗାଇଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳି ପାରୁ ନାହିଁ ।ଏନେଇ ଯେତେବେଳେ ଆମେ ବ୍ଲକ୍ ଅଧିକାରୀଙ୍କୁ ପଚାରିଥିଲୁଁ, ସେତେବେଳେ ପ୍ରଶାସନର ଗୋଟେ ନୂଆଁ ଫଣ୍ଡ। ଦେଖିବାକୁ ମିଳିଥିଲା କୁଆଡେ ତତ୍କାଳୀନ BDO ସମଧିଆ ବାବୁ, ତାଙ୍କ ୱର୍କ୍ ଅର୍ଡର୍ କୁ କ୍ୟାନ୍ସେଲ କରିଦେଇଛନ୍ତି ? ଏଠାରେ ପ୍ରଶ୍ନ - ଏମାନଙ୍କର ୱାର୍କ୍ ଅର୍ଡର୍ କୁ କାହିଁକି କ୍ୟାଂସେଲ କଲେ BDO ସମାଧିଆ ବାବୁ ? ଏମାନେ ଯୋଗ୍ୟ ହିତାଧିକାରୀ ନୁହେଁ କି ? ଯଦି ନୁହେଁ, ସେତେବେଳେ ପ୍ରଶାସନ ଆବାସ ଘର ନିର୍ମାଣ ପାଇଁ ଆଦେଶ ଦେଇଥିଲା କେମିତି ?